ବସ ଧକ୍କାରେ ଜଣେ ମୃତ, ୩ ଗୁରୁତର | News Room Odisha

ବସ ଧକ୍କାରେ ଜଣେ ମୃତ, ୩ ଗୁରୁତର

ବଲାଙ୍ଗିର , ୦୯ / ୦୨ : ଗଣପତି ନାମକ ଏକ ଘରୋଇ ବସ୍ ଧକ୍କାରେ ଜଣେ ମୃତ ୩ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଉପକଣ୍ଠ ସିନଖମନ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତେ ବିବାହ କାର୍ଯ୍ୟ ପାଇଁ ଟିଟିଲାଗଡ଼ରୁ ଖୁଜେନପାଲି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ , ଏହି ଦୁର୍ଘଟଣାରେ କରିସ୍ମା ପଶାୟତ , ତାଙ୍କ ସ୍ଵାମୀ ସରୋଜ ପଶାୟତ , ସେମାନଙ୍କ ଜଣେ ତିନିବର୍ଷର ଓ ଦେଢ଼ ବର୍ଷର ଝିଅ ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।