ଗୁଆହାଟୀରୁ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କଲା ଓଡିଶା ପୋଲିସ ଏସଟିଏଫ | News Room Odisha

ଗୁଆହାଟୀରୁ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କଲା ଓଡିଶା ପୋଲିସ ଏସଟିଏଫ

ଭୁବନେଶ୍ୱର – ଓଡିଶା ପୋଲିସ ଏସଟିଏଫ କବଜାରେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀ । ଆସାମରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତର ନାଁ ସଲିମ ଅହମ୍ମଦ । ତାର ଘର ମଣିପୁରର ଇମ୍ଫାଲରେ ବୋଲି ଜଣାପଡ଼ିଛି। ଏସଟିଏଫ୍ ସଲିମକୁ ଗୁଆହାଟୀରୁ ଗିରଫ କରିବା ସହ ୧ କେଜି ୩୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

ଅଭିଯୁକ୍ତଠାରୁ ଏକ ହ୍ୟୁଣ୍ଡାଇ ସାଣ୍ଟ୍ରୋ କାର୍ ମଧ୍ୟ ଜବତ ହୋଇଛି । ପୂର୍ବରୁ ଏସଟିଏଫ୍ ଦ୍ୱାରା ଗିରଫ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ପଚରାଉଚରା ବେଳେ ସଲିମ ବିଷୟରେ ଜାଣିବାକୁ ପାଇଥିଲା ଏସଟିଏଫ । ସଲିମକୁ ଗିରଫ କରିବା ପରେ ଓଡ଼ିଶାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି ଏସଟିଏଫ ।