ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି , ଛାତ୍ରୀ ଜୀବନ କଥା ମନେ ପକାଇ ହେଲେ ଭାବବିହ୍ୱଳ | News Room Odisha

ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି , ଛାତ୍ରୀ ଜୀବନ କଥା ମନେ ପକାଇ ହେଲେ ଭାବବିହ୍ୱଳ

ଭୁବନେଶ୍ବର – ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି । ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଆଜି ତାଙ୍କୁ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା । କିନ୍ତୁ ସେଦିନ ରାସ୍ତାକୁ ଭୁଲି ପାରୁନାହାନ୍ତି ସେ କହିଥିଲେ । ସେତେବେଳେ ଡ୍ରେସକୋଡ୍ ନ ଥିଲା । ନିଜ ପୁରୁଣା ସ୍ମୃତିକୁ ମନେପକାଇ ଭାବବିହ୍ବଳ ହୋଇଯାଇଥିଲେ ରାଷ୍ଟ୍ରପତି । ୪୦ ବର୍ଷ ତଳର ରମାଦେବୀରେ ପଢିବା ଦିନ ମନେ ପକାଇଛନ୍ତି ରାଷ୍ଟ୍ରପତି । ଗରିବ ଚାଷୀର ଝିଅଠାରୁ ମୁଖ୍ୟନ୍ତ୍ରୀଙ୍କ ଝିଅ , ସବୁ ଏକାଠି ପଢୁଥିଲୁ । ଏ ଅନୁଷ୍ଠାନର ଛାତ୍ରୀ ଭାବେ ସେ ଗର୍ବିତ ବୋଲି ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ ଯେ, ସେତେବେଳେ ଆର୍ଥିକ ସ୍ଥିତି ପାଇଁ କ୍ଯାଣ୍ଟିନରେ ଖାଉ ନ ଥିଲେ। ବାହାର ଠେଲାରେ କିଛି ଖାଇ ଚାଲିଯାଉଥିଲେ । ଏ ଶିକ୍ଷାନୁଷ୍ଠାନ ତାଙ୍କର ପ୍ରେରଣାର ଉତ୍ସ ବୋଲି ରାଷ୍ଟ୍ରପତି କହିଥିଲେ ।

ଆଜିର ସମାବର୍ତ୍ତନ କାର୍ଯ୍ଯକ୍ରମରେ ରାଷ୍ଟ୍ରପତିଙ୍କ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।