ପୁରୀ ଆସୁଥିବା ବେଳେ ପଶ୍ଚିମବଙ୍ଗର ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ | News Room Odisha

ପୁରୀ ଆସୁଥିବା ବେଳେ ପଶ୍ଚିମବଙ୍ଗର ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

ଭଦ୍ରକ – ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଜୁରାଗଢିଆ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍‌ ପଛରୁ ଧକ୍କା ଦେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କ ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ତୀର୍ଥଯାତ୍ରୀ ବସ୍‌ଟି କୋଲକତାରୁ ପୁରୀ ଆସୁଥିବା ବେଳେ ଜୁରାଗଢିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ।