ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ ଆୟୋଜନ | News Room Odisha

ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ ଆୟୋଜନ

ଭୁବନେଶ୍ୱର: ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଂଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଓ ଜନଜାତି କଲ୍ୟାଣ ’ ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ କିସ୍ ବିଶ୍ଵବିଦ୍ୟାଳ ୟର କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦ୍ଵାରା ମିଳିତ ଭାବେ ଶୁଭାରମ୍ଭ କରାଯାଇଥିବା ଏହି ସଂପାନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୨୦୦ ସମାଜସେବୀ କ୍ଷେତ୍ରର ବହୁ ଛାତ୍ର , ଶିକ୍ଷକ , ଗବେଷକ ତଥା ବୁଦ୍ଧିଜୀବୀ ଯୋଗଦେଇ ଆଦିବାସୀ ଅଧୁଷିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଖଣି , ଖାଦାନ , ଶିଳ୍ପ ପ୍ରତିଷ୍ଠାନ ପ୍ରଭୃତି କାର୍ଯ୍ୟରେ କର୍ପୋରେଟ ସଂସ୍ଥାଗୁଡ଼ିକ ତାଙ୍କର ସାମାଜିକ ଦାୟିତ୍ଵବୋଧର କିପରି ପରିପାଳନ କରୁଛନ୍ତି ଏବଂ ତାହାକୁ ସଂଚାଳନ କରିବା କ୍ଷେତ୍ରରେ କ’ଣ ସବୁ ପ୍ରତିବନ୍ଧକ ରହିଛି ଓ ସେସବୁର ସମାଧାନର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ନିରଞ୍ଜନ ସାହୁ , ବିଜେବି କଲେର ଅଧ୍ୟକ୍ଷ ପ୍ରଫେସର ଗୁଲାମ ମଇଉଦ୍ଦିନ୍ ଖାଁ , ଟାଟା ପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀ ଲି ସିଏସ୍ଆର୍ ମୁଖ୍ୟ ପ୍ରଦୀପ ଘୋଷାଲ , ଟାଟା ଷ୍ଟିଲ୍‌ର ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ନନ୍ଦ , ବିଜେବି କଲେଜର ସେମିନାର କନ୍‌ଭେନର ଡ . ଇତିଶ୍ରୀ ପାଢ଼ୀ ଓ ଓପ୍‌ର ଅଧ୍ୟକ୍ଷ ସ୍ନେହ ମିଶ୍ର ମଞ୍ଚାସୀନ ଥିବାବେଳେ ମୁଖ୍ୟ ଅତିଥି ପ୍ରଫେସର ସବିତା ଆଚାର୍ଯ୍ୟ ଆଦିମ ଅଧ୍ୟାବାସୀମାନଙ୍କ ବିକାଶ ନିମନ୍ତେ ସେମାନଙ୍କୁ ଯଥୋଚିତ ଭାବେ ସହଯୋଗ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କିସ୍‌ର କୁଳପତି ପ୍ରଫେସର ଦୀପକ ବେହେରା ଆଦିବାସୀ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଜନଜାତି ବର୍ଗର ଲୋକଙ୍କ ଉତ୍‌ଥାନ ଦିଗରେ କର୍ପୋରେଟ୍‌ଗୁଡ଼ିକ ସହୃଦୟତାର ସହ ବିକାଶ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ ।

ମହାନଦୀ କୋଲଡ୍ ଫିଲ୍ଡ ଲି , ଜିନ୍ଦଲ ଷ୍ଟିଲ୍‌ ୱାର୍କ ଏବଂ ଟାଟାପାୱାର କେନ୍ଦ୍ର ଓଡ଼ିଶା ବିତରଣ କମ୍ପାନୀଙ୍କ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଓପ୍‌ସାର ସଂପାଦିକା ଡ . ଝରଣା ସ୍ୱାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।