ଆତଙ୍କବାଦ କାର୍ଯ୍ୟକଳାପ ମାମଲାରେ ଓଡିଶାରୁ ଗିରଫ ଅବଦୁର ରହମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ | News Room Odisha

ଆତଙ୍କବାଦ କାର୍ଯ୍ୟକଳାପ ମାମଲାରେ ଓଡିଶାରୁ ଗିରଫ ଅବଦୁର ରହମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

ନୂଆଦିଲ୍ଲୀ – ଭାରତରେ ଆତଙ୍କ ବାଦୀ ସ˚ଗଠନ ଅଲ୍‌କାଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୋଲିସ ଦ୍ବାରା ୨୦୧୫ ମସିହାରେ ଗିରଫ ହୋଇଥିବା କଟକ ଜଗତପୁର ଅଞ୍ଚଳର ଅବଦୁର‌ ରହମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥିସହ ୨୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରହମନକୁ ଏହି ଦଣ୍ଡାଦେଶ ଦେଇଛନ୍ତି। ରହମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ମଧ୍ୟ ଅନୁରୂପ ଦଣ୍ଡାଦେଶ ହୋଇଛି। ଏହି ମାମଲାରେ କୋର୍ଟ କିଛି ଦିନ ତଳେ ରହମନଙ୍କ ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ରହମାନକୁ କମିସନରେଟ୍ ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ରହମାନକୁ ଦିଲ୍ଲୀ ନିଆଯିବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୈଲିସ୍‌‌ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଶିକ୍ଷା ଦେଉଥିଲା।