କୋଟଗଡ଼ରେ ଖାତକୁ ଖସିଲା ବସ୍: ୫୦ରୁ ଅଧିକ ଯାତ୍ରୀ ଆହତ | News Room Odisha

କୋଟଗଡ଼ରେ ଖାତକୁ ଖସିଲା ବସ୍: ୫୦ରୁ ଅଧିକ ଯାତ୍ରୀ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାରିପିରେ ଏକ ବସ୍ ମଙ୍ଗଳବାର ଅପରାହ୍ନରେ ରାସ୍ତା କଡ଼ ଖାତକୁ ଖସି ଯାଇଛି। ଫଳରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସଟି ମୁନିଗୁଡ଼ାରୁ କୋଟଗଡ଼ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା। କୋଟଗଡ଼ ଥାନାଧିକାରୀ ଓମ୍ ନାରାୟଣ ପାତ୍ର ସଦଳବଳେ ପହଞ୍ଚି ଆମ୍ବୁଲାନ୍ସ ଷ୍ଟାଫ୍ ଓ ଅଗ୍ନିଶମ ବାହିନୀ ସମେତ ସ୍ଥାନୀୟ ଲୋକଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆହତ ଯାତ୍ରୀ ମାନଙ୍କୁ କୋଟଗଡ଼, ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।