ବାହାଘର ଚାଲିଥିବା ବେଳେ ଦୁର୍ଘଟଣା, କନ୍ୟାଯାତ୍ରୀଙ୍କ ଉପରେ ଗାଡି ମାଡିଯିବାରୁ ୩ ମୃତ, ୧୨ ଆହତ | News Room Odisha

ବାହାଘର ଚାଲିଥିବା ବେଳେ ଦୁର୍ଘଟଣା, କନ୍ୟାଯାତ୍ରୀଙ୍କ ଉପରେ ଗାଡି ମାଡିଯିବାରୁ ୩ ମୃତ, ୧୨ ଆହତ

ବ୍ରହ୍ମପୁର – ବ୍ରହ୍ମପୁର ଗୋପାଳପୁର ମାଣ୍ଡିଆପଲ୍ଲୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ବାହାଘର ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା। କନ୍ୟାଯାତ୍ରୀଙ୍କ ଉପରେ ଏକ ସ୍କର୍ପିଓ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ବରଯାତ୍ରୀଙ୍କୁ ସ୍ବାଗତ ପାଇଁ ଅପେକ୍ଷା କରିଥିବାବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ନାବାଳିକା ଥିବା ଜଣାପଡିଛି। ଆହତଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତମାନଙ୍କ ମଧ୍ୟରୁ ଜଣେ ଲାଞ୍ଜିପଲ୍ଲୀର ଏବଂ ଅନ୍ୟ ଦୁଇ ଜଣ ଛତ୍ରପୁର ଓ ମଣ୍ଡିଆପଲିର ବୋଲି ଜଣାପଡିଛି।