ସାରସ୍ୱତ ସାଧକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି  | News Room Odisha

ସାରସ୍ୱତ ସାଧକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – ଆଜି ବିଶିଷ୍ଟ ସାରସ୍ବତ ସାଧକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀ । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଣେ ଶିଶୁ ସାହିତ୍ୟିକ, ଅନୁବାଦକ ଏବଂ ପ୍ରଖ୍ୟାତ ସମ୍ପାଦକ ଭାବେ ରାମକୃଷ୍ଣ ନନ୍ଦଙ୍କ ଅବଦାନ ଅତୁଳନୀୟ। ଝୁମୁକା, ତୁଳସୀଦାସ, ବିଶ୍ୱ ପରିଚୟ ଏବଂ ‘ଆହେ ଦୟାମୟ ବିଶ୍ଵ ବିହାରୀ’ ଭଳି କାଳଜୟୀ ରଚନା ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତରେ ସର୍ବଦା ସ୍ୱତନ୍ତ୍ର କରି ରଖିବ ବୋଲି ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।