ବସ୍‌ - ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ମୃତ | News Room Odisha

ବସ୍‌ – ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ମୃତ

ବଲାଙ୍ଗୀର: ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ଘନିଷ୍ଠ ବନ୍ଧୁ ଅଟନ୍ତି । ତୁଷୁରା ଥାନା ନୁଆଁପଡ଼ା ଗାଁର ଅସିତ ମେହେର ଏବଂ ମଳୟ ମନହିରା ।

ସୂଚନା ମତେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡ଼ା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗଦେବାକୁ ଯାଇଥିବା ବେଳେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ଚାଲି ଯାଇଥିଲା । ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବସକୁ ଥାନାକୁ ଆଣି ତଦନ୍ତ ଚଳାଇଛି । ପାରିପାର୍ଶ୍ବକ ପରିସ୍ଥିତିକୁ ଅନୁମାନ କଲେ ଦ୍ରୁତଗତି ପାଇଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।