ପବିତ୍ର ମହାଶିବରାତ୍ରି ପାଇଁ ପ୍ରସ୍ତୁତି, ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ | News Room Odisha

ପବିତ୍ର ମହାଶିବରାତ୍ରି ପାଇଁ ପ୍ରସ୍ତୁତି, ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର – ପବିତ୍ର ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଏଥର ରାତି ୧୦ଟାରେ ମହାଦୀପ ଉଠିବ । ଏଷନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମହାଦୀପ ଉଠିବା ପରେ ରାତି ୧୦ରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ନୀତି ରହିଛି। ରାତି ସାଢ଼େ ୩ରୁ ସାଢେ ୪ଟା ମଧ୍ୟରେ ହରିହର ଭେଟ ଏବଂ ପରେ ବଡସିଂହାର ଓ ପହୁଡ଼ ନୀତି ସମ୍ପନ୍ନ ହେବ।

ଜାଗର ଯାତ୍ରା ଅବସରରେ ସୁରକ୍ଷା ବ୍ୟବସ୍ଥା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଚଳିତ ବର୍ଷ ମହା ଶିବରାତ୍ରିରେ ଅଧିକ ଭିଡ ସମ୍ଭାବନା ଦୃଷ୍ଟିରୁ ପ୍ରସ୍ତୁତି କରିଛି କମିଶନରେଟ ପୋଲିସ। ପ୍ରସ୍ତୁତି ବୈଠକରେ ପୋଲିସ କମିଶନ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ବୈଠକରେ ଟ୍ରାଫିକ ଓ ପାର୍କିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।