ପୁରୁଷୋତ୍ତମପୁର ଏଟିଏମ୍ କାଉଣ୍ଟରରୁ ମେସିନ୍ ଭାଙ୍ଗି ଲୁଟ୍ | News Room Odisha

ପୁରୁଷୋତ୍ତମପୁର ଏଟିଏମ୍ କାଉଣ୍ଟରରୁ ମେସିନ୍ ଭାଙ୍ଗି ଲୁଟ୍

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁର ଗାଁ ଛକରେ ଥିବା ଷ୍ଟେଟ୍ ବ୍ୟାଙ୍କର ଏକ ଏଟିଏମ୍ କାଉଣ୍ଟରରୁ ଲୁଟ୍। ଦୁର୍ବୃତ୍ତମାନେ ଗୁରୁବାର ରାତିରେ ଉକ୍ତ କାଉଣ୍ଟରର ଟ୍ରେଲର୍ ମେସିନ୍ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟି ନେଇଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ପୁରୁଷୋତ୍ତମପୁର ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଛତ୍ରପୁରରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମକୁ ଯାଞ୍ଚ ପାଇଁ ଡକାଯାଇଛି।