ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୧୨ ଚିତା | News Room Odisha

ଦକ୍ଷିଣ ଆଫ୍ରିକାରୁ ଆସିଲେ ଆଉ ୧୨ ଚିତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଆଉ ୧୨ ଚିତା ଶନିବାର ଭାରତରେ ପହଞ୍ଚିଛନ୍ତି । ଏଥିମଧ୍ୟରୁ ୭ ଅଣ୍ଡିରା ଓ ୫ ମାଈ ଚିତା ଅଛନ୍ତି। ଏହି ଚିତାମାନଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଏବଂ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଛି। ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦ ଅଣ୍ଡିରା ଏବଂ ୧୦ ମାଈ। ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ ଟି ଚିତା ଅଣାଯାଇଥିଲା।

ଦକ୍ଷିଣ ଆଫ୍ରିକାରୁ ଏହି ୧୨ ଟି ଚିତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ବାୟୁସେନା ବିମାନ ସେଠାକୁ ଯାଇଥିଲା। ଏହି ବିମାନ ଫେବୃଆରୀ ୧୭ ଶୁକ୍ରବାର ସନ୍ଧ୍ୟାରେ ଚିତାମାନଙ୍କୁ ନେଇ ଓଆର୍ ଟାମ୍ବୋ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା ଓ ଆଜି (ଫେବୃଆରୀ ୧୮) ସକାଳ ୧୦ଟାରେ ଗ୍ୱାଲିଅର ବିମାନବନ୍ଦର ବେସରେ ପହଞ୍ଚିଥିଲେ | ଏହି ଚିତାମାନେ ଏକ ମାସ ପାଇଁ କ୍ବାରେଣ୍ଟିନ୍ ଏନକ୍ଲୋଜରରେ ରହିବେ କାରଣ ସେମାନେ ଆଫ୍ରିକାରେ ୭ ମାସ ପାଇଁ କ୍ବାରେଣ୍ଟାଇନରେ ରହିଥିଲେ।