ଆୟରୁ ଅଧିକ ସଂପତ୍ତି ଅଭିଯୋଗରେ ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ | News Room Odisha

ଆୟରୁ ଅଧିକ ସଂପତ୍ତି ଅଭିଯୋଗରେ ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର -ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଚିତ୍ତରଂଜନଙ୍କ ନିଜ ଘର, ଅଫିସ, ସର୍ମ୍ପକୀୟ ଘର ଓ ପୈତୃକ ଘରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

ଭୁବନେଶ୍ୱରର ୩ଟି, ବାଲେଶ୍ୱରର ୩ଟି, ଜଗତସିଂହପୁରରେ ୨ଟି ସ୍ଥାନ ସମେତ ସୋନପୁରରେ ଥିବା ବାସଭବନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।