ଇଭିଏମରେ ଯେକୌଣସି ବଟନ୍ ଦବାଇଲେ ବିଜେପିକୁ ଭୋଟ୍ ଯାଉଥିବା ଅଭିଯୋଗ, ଭିଡ଼ିଓ ସେୟାର କରି ଗିରଫ ହେଲେ ଯୁବକ | News Room Odisha

ଇଭିଏମରେ ଯେକୌଣସି ବଟନ୍ ଦବାଇଲେ ବିଜେପିକୁ ଭୋଟ୍ ଯାଉଥିବା ଅଭିଯୋଗ, ଭିଡ଼ିଓ ସେୟାର କରି ଗିରଫ ହେଲେ ଯୁବକ

ଶିଲଙ୍ଗ:ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ବିଶ୍ୱସନୀୟତା ନେଇ ଆଗରୁ ଅଭିଯୋଗ ହୋଇଆସୁଛି । ଏବେ ମେଘାଳୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ଜଣେ ଯୁବକ ମଧ୍ୟ ଏପରି ଦାବି କରି ଏକ ଭିଡିଓ ସେୟାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ଯୁବକ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଇଭିଏମରେ କୌଣସି ବଟନ୍ ଦବାଇଲେ ବି ବିଜେପିକୁ ଭୋଟ୍ ଯାଉଛି ବୋଲି ଦେଖାଇଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏଫ୍ ଖାର୍କୋଙ୍ଗୋରଙ୍କ ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତି ଜଣକ ବୋଲଙ୍ଗ ଆର୍ ସାଙ୍ଗମା ବୋଲି ଜଣା ପଡିଛି । ସେ ଫେବୃଆରୀ ୧୬ରେ ଏକ ଭିଡିଓ ସେୟାର କରି ଇଭିଏମରେ ଟାମ୍ପରିଂ ନେଇ ଅଭିଯୋଗ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ରଙ୍ଗଜେଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରିଜାଇଡିଂ ଅଫିସର ପୋଲିସ ନିକଟରେ ଅଭିଯୋଗ କରିବା ପରେ ସାଙ୍ଗମାଙ୍କୁ ଗିରଫ କରାଯାଇଥିଲା ବୋଲି ସେ କହିଛନ୍ତି। ଖାରକୋଙ୍ଗୋର କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୭୧-ଜି ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯାହା ନିର୍ବାଚନ ସହ ଜଡିତ ମିଥ୍ୟା ବୟାନ ପ୍ରଦାନ କରିଥାଏ।