ଫାଟକ ତଳେ ଚାପି ହୋଇ ୪ ଶିଶୁ ଗୁରୁତର  | News Room Odisha

ଫାଟକ ତଳେ ଚାପି ହୋଇ ୪ ଶିଶୁ ଗୁରୁତର 

ଭଞ୍ଜନଗର: ଖେଳୁଥିବା ବେଳେ ଫାଟକ ଭାଙ୍ଗିଯିବାରୁ ତାହା ତଳେ ଚାପିହୋଇ ଭାଇ ଭଉଣୀ ସହ ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଚିଦାନନ୍ଦ କୁଷ୍ଠାଶ୍ରମ କଲୋନୀରେ ଏହି ଅଘଟଣ ଘଟିଛି। ଗୁରୁତରମାନେ ହେଲେ ଅଙ୍କିତ ନାୟକଙ୍କ ଝିଅ ଦୀପ୍ତି ନାୟକ (୧୦), ପୁଅ ରାହୁଲ ନାୟକ (୧୨), ରଙ୍କ ନାୟକଙ୍କ ପୁଅ ସମୀର ନାୟକ (୧୪) ଓ ସନିଆ ମୁନିଙ୍କ ପୁଅ ରୋଶନ ମୁନି (୪)। ସେମାନେ କଲୋନୀ ମୁଖ୍ୟ ଦ୍ବାର ନିକଟରେ ଖେଳୁଥିଲେ। ଏହି ସମୟରେ କଲୋନୀର ଜରାଜୀର୍ଣ୍ଣ ଟିଣ ଫାଟକ ସେମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ସେମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଖରେ ଖେଳୁଥିବା ଆଉ କିଛି ପିଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି।