ପ୍ରତିଶ୍ରୁତି ଦେଇଥିଲି ଆସିଲି : ନବୀନ ପଟ୍ଟନାୟକ | News Room Odisha

ପ୍ରତିଶ୍ରୁତି ଦେଇଥିଲି ଆସିଲି : ନବୀନ ପଟ୍ଟନାୟକ

୭୮ ଲକ୍ଷର୍ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଦ୍ଵିତୀୟ ସଭା ପାଇକମାଲରେ ଉଦବୋଧନ ଦେଇ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେଇଥିଲେ । ସଭାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହ ଅନେକ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ସଭାରେ ଜୟ ପ୍ରଭୁ ନୃସିଂହନାଥଙ୍କ ଠାରୁ ଆରମ୍ଭ କରିଥିଲେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ସମୟରେ ଅଞ୍ଚଳବାସୀଙ୍କ ସହ ଭେଟି ଥିବା ସହ ପ୍ରତିଶ୍ରୁତି ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଆପଣ ମାନଙ୍କ ଭଲପାଇବା ମତେ ପୁଣି ଥରେ ଆପଣ ମାନଂକ ପାଖକୁ ଆଣି ପାରିଛି ତେଣୁ ମୁ ଋଣି ବୋଲି କହିଥିଲେ । ସେ କହିଥିଲେ ଯେ ସଭାରେ ମାଆ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଛନ୍ତି । ମିଶନ ଶକ୍ତିରେ ସେମାନେ ବହୁତ ଭଲ ବୋଲି ପ୍ରଶଂସା କରିଥିଲେ । ଏହା ସହିତ ଆଜି ସେମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ । ପଦ୍ମପୁର ଏସଏଚଜି ମହିଳା ଗୋଷ୍ଠୀଙ୍କୁ ୭୮ ଲକ୍ଷର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନାରୀ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ବିଧାୟକ ସୁଶାନ୍ତ ସିଂ ମିଶନ ଶକ୍ତିକୁ ଓ ମା ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ଦେଇଥିଲେ । ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ନିଜର ଅଞ୍ଚଳବାସୀଙ୍କୁ ଏହି ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ । ଶେଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।