ଟ୍ରକ୍ ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ | News Room Odisha

ଟ୍ରକ୍ ଧକ୍କାରେ ନାବାଳିକା ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ନୂଆପଡ଼ା , ୨୦/୦୨: ଟ୍ରକ୍ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ନୂଆପଡ଼ା ଜିଲ୍ଲା ଥାନା ସାନମହେଶ୍ବର ଗାଁ ନିକଟ ୩୫୩ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ନାବାଳିକାଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ମୃତକ ନାବାଳିକା ଜଣଙ୍କ ହେଲେ ସାନମହେଶ୍ବର ଗାଁର ହର ସୁନାନୀଙ୍କ ୫ ବର୍ଷର ଝିଅ ଡିମ୍ପଲ ସୁନାନୀ ।

ସୂଚନା ମତେ, ଖଡିଆଳ ସହର ପଟୁ ରାୟପୁର ଅଭିମୁଖେ ଏକ ଦ୍ରୁତଗାମୀ ଟ୍ରକ ଯାଉଥିଲା । ଏହି ସମୟରେ ଡିମ୍ପଲ ରାସ୍ତା ପାରି ହେଉଥିବାବେଳେ ଟ୍ରକ୍ ଚାପି ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥୁଲା ଯେ ଡିମ୍ପଲଙ୍କ ମୃତଦେହ ରାସ୍ତାରେ ମିଶି ଯାଇଥିଲା । ତେବେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର୍ ହେବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ପିଛା କରି ୧ କିଲୋମିଟର ଦୂର ବଡମହେଶ୍ବର ଗାଁ ନିକଟରେ କାବୁ କରିଥିଲେ । ଟ୍ରକ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି । ଫଳରେ ଉଭୟ ପକ୍ଷରୁ ବହୁ ସଂଖ୍ୟକ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି ।