ଦୁସ୍ଥ ଭଗବାନଙ୍କ ଶେଷକୃତ୍ୟ କରାଇଲେ ଓଡ଼ିଶା ମୋ ପରିବାର ସଦସ୍ୟ | News Room Odisha

ଦୁସ୍ଥ ଭଗବାନଙ୍କ ଶେଷକୃତ୍ୟ କରାଇଲେ ଓଡ଼ିଶା ମୋ ପରିବାର ସଦସ୍ୟ

ବ୍ରହ୍ମପୁର: କିଛି ବର୍ଷ ତଳେ ମାଆ ଆଉ ଆଜି ବାପା ଭଗବାନ ପଣ୍ଡାଙ୍କ ମୃତ୍ୟୁ ଘଟିବା ପରେ ଏଇ ଗରିବ ପରିବାରର ଦୁଇ କୋମଳମତି ଛୁଆ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ବ୍ରହ୍ମପୁର ଉପକଣ୍ଠ ଯୋଗିଆପଲ୍ଲୀର ଏହି ଅସହାୟ ପରିବାର ନିକଟରେ ଠିଆ ହୋଇଛନ୍ତି ଓଡ଼ିଶା ମୋ ପରିବାର ସଦସ୍ୟ, ବିଜେଡି କର୍ମୀ। ଗରିବ ପରିବାରର ବୃଦ୍ଧା ଜେଜେମା ଓ ଦୁଇ କୁନି ଶିଶୁଙ୍କ ପ୍ରତି ବଢ଼ାଇଛନ୍ତି ସହାୟତାର ହାତ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଏସଡି ଡକ୍ଟର ଗୋପବନ୍ଧୁ ଦାସଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ମୋ ପରିବାର ସଦସ୍ୟ ଏବଂ ବିଜେଡି କର୍ମୀମାନେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଶବ ଗାଁକୁ ନେବା ସହ ଭଗବାନଙ୍କ ଶବ ସଂସ୍କାର କରିଛନ୍ତି।୧୦ ବର୍ଷର ପୁଅ ସାହିଲ ଓ ୭ ବର୍ଷର ଝିଅ ସାଇନାଙ୍କ ସମେତ ୭୦ ବର୍ଷର ବୃଦ୍ଧା ଜେଜେମାଆଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଆଶ୍ବାସନା ମଧ୍ୟ ଦେଇଛନ୍ତି। ସେଥିପାଇଁ ଗ୍ରାମବାସୀଙ୍କ ମୁହଁରୁ ଶୁଣାଯାଇଛି ଧନ୍ୟବାଦ ଓଡ଼ିଶା ମୋ ପରିବାର।