ଦୁର୍ଘଟଣାଗ୍ରସ୍ତ ବାଇକ ଡିଗିରୁ ଗଞ୍ଜେଇ ଜବତ, ବାଇକ ଆରୋହି ଗୁରୁତର | News Room Odisha

ଦୁର୍ଘଟଣାଗ୍ରସ୍ତ ବାଇକ ଡିଗିରୁ ଗଞ୍ଜେଇ ଜବତ, ବାଇକ ଆରୋହି ଗୁରୁତର

ବରଗଡ଼: ବରଗଡ଼ ସାର କାରଖାନା ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଅନ୍ୟପଟେ ଉକ୍ତ ଦୁର୍ଘଟଣାଗ୍ରସ୍ତ ବାଇକକୁ ଯାଞ୍ଚ କରିବାରୁ ଗାଡି ଡିଗିରୁ ପ୍ୟାକେଟରେ ବନ୍ଧା ହୋଇଥିବା ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ବରଗଡ଼ ପୁଲିସ ପହଂଚି ଘଟଣାର ଯାଞ୍ଚ କରିଛି ।

ତେବେ ଉକ୍ତ ଗାଡିଟି କେଉଁଠାରୁ ଆସୁଥିଲା ଓ କିଏ କିଏ ଏଥିରେ ସଂପୃକ୍ତ ତାହା ଜଣା ପଡ଼ିନଥିବା ବେଳେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ପଚରାଉଚରା କରିବା ପରେ ଜଣା ପଡିବ ବୋଲି ପୁଲିସ କହିଛି ।