ଓଡ଼ିଆ ଭାଷାର ସୁରକ୍ଷା ସହ ଗରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ  | News Room Odisha

ଓଡ଼ିଆ ଭାଷାର ସୁରକ୍ଷା ସହ ଗରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ 

ଭୁବନେଶ୍ୱର – ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଗରିମା ସମ୍ପନ୍ନ ଓଡ଼ିଆ ଭାଷା ଆମ ସାହିତ୍ୟ, ସଂସ୍କୃତି ଏବଂ ଜାତୀୟତାର ଅନନ୍ୟ ପରିଚୟ। ଆମ ଓଡ଼ିଆ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବା ଦିଗରେ ବହୁମୂଲ୍ୟ ଅବଦାନ ରଖିଥିବା ମହାପୁରୁଷଙ୍କୁ ସ୍ମରଣ କରି ଏହାକୁ ଆହୁରି ବ୍ୟାପକ କରିବା ଦିଗରେ ଏକ ହୋଇ କାମ କରିବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।