ରାଜ୍ୟପାଳଙ୍କ ଅଭିଭାଷଣ: ପ୍ରତିଷ୍ଠା ହୋଇଛି ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ୨୦୨୪ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ | News Room Odisha

ରାଜ୍ୟପାଳଙ୍କ ଅଭିଭାଷଣ: ପ୍ରତିଷ୍ଠା ହୋଇଛି ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ୨୦୨୪ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର – ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ସ୍ଥାନ ପାଇଛି । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଥିବା ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ମାଓ ଦମନ ନୀତିକୁ ସଫଳତା ମିଳିଛି। ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି। ଶିକ୍ଷା କ୍ଷେତ୍ରରେ ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି। ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ର ଆରମ୍ଭ ହୋଇଛି ।

ଆଭା’ ଆଇଡି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ। ମହାନଦୀ , ଚିତ୍ରୋତ୍ପଳା ଦ୍ବୀପାଞ୍ଚଳରେ ଜଳସେଚନ ପ୍ରକଳ୍ପ ଶେଷ ହୋଇଛି। ୨୦୨୪ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ରାଜ୍ୟପାଳ କହିଛନ୍ତି। ସମନ୍ବିତ ଜଳସମ୍ପଦ ବିକାଶ, ଜଳସଂରକ୍ଷଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃ୍ଢୀକରଣ ହୋଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି।