ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ୨୦୧୩ ଓ ୨୦୧୬ ଏବଂ ଓଡିଶା ଏମଏସ ଏହି ନୀତି ସଂଶୋଧିତ  | News Room Odisha

ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ୨୦୧୩ ଓ ୨୦୧୬ ଏବଂ ଓଡିଶା ଏମଏସ ଏହି ନୀତି ସଂଶୋଧିତ 

ଭୁବନେଶ୍ୱର – ରାଜ୍ୟ ସରକାର ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମଏସଏମଇ ବିକାଶ ନୀତି-୨୦୧୬ରେ ସଂଶୋଧନ କରିଛନ୍ତି । ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ କାର୍ଯ୍ୟ ଆରମ୍ଭର ୬ ବା ୧୨ ମାସ ମଧ୍ୟରେ ଉପରୋକ୍ତ ତିନୋଟି ନୀତି ଅଧୀନରେ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିବା ନିୟମ ରହିଥିଲା । ହେଲେ

ନିର୍ଦ୍ଧାରିତ ୬ ବା ୧୨ ମାସ ଅବଧି ପରେ ଆବେଦନ ଜନିତ ବିଳମ୍ବ ପାଇଁ କ୍ଷମା କରିବାର କୌଣସି ବ୍ୟବସ୍ଥା ନଥିବା କାରଣରୁ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନଗୁଡ଼ିକ ଖାରଜ ହୋଇଯାଉଥିଲା। ଏବେ ସଂଶୋଧିତ ନୀତି ଫଳରେ ନିର୍ଦ୍ଧାରିତ ଅବଧି ୨ ବର୍ଷକୁ ବୃଦ୍ଧି କରାଯାଇଛି। ଏହି ୨ ବର୍ଷ ପରେ ମଧ୍ୟ କ୍ଷମା ପ୍ରଦାନ ସୁଯୋଗ ଯୋଡ଼ା ଯାଇଛି । ଏହାଛଡା ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନ ବିଳମ୍ବ ପାଇଁ ଖାରଜ କରାଯାଇଥିଲା, ସେମାନଙ୍କ ନିମନ୍ତେ ଥରକ ପାଇଁ କୋହଳ ନୀତି ଅବଲମ୍ବନ କରି ଏହି ସମୟ ଅବଧିକୁ ୨୦୨୩ ମସିହା ଜୁନ୍‌ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଫଳରେ ସେମାନେ ଏହି ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ନୂଆ କରି ଆବେଦନ କରି ପାରିବେ।