ମାଆ ମାଝିଘରିଆଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ୫ ମୃତ | News Room Odisha

ମାଆ ମାଝିଘରିଆଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା – ରାୟଗଡ଼ା ନିକଟସ୍ଥ କେରଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କେରଡାରେ ଏକ ଅଟୋକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି। ରାୟଗଡ଼ାର ମା’ ମାଝିଘରିଆଣୀ ମନ୍ଦିର ବୁଲି ଅଟୋରେ ଫେରୁଥିବା ବେଳେ ଟ୍ରକ ଧକ୍କା ଦେଇଥିଲା ।