ବିପୁଳ ପରିମାଣରେ କଫସିରପ୍ ଜବତ, ୫ ଗିରଫ | News Room Odisha

ବିପୁଳ ପରିମାଣରେ କଫସିରପ୍ ଜବତ, ୫ ଗିରଫ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ସଦର ଥାନା ପୋଲିସ ସହ ସ୍ବତନ୍ତ୍ର ସ୍କ୍ୱାଡ଼ ଚଢ଼ାଉ କରି ପ୍ରାୟ ସାଢେ଼ ତିନି ହଜାର ବୋତଲ କଫସିରପ୍ ଜବତ୍ କରାଯାଇଛି । ଏଥିରେ ସଂପୃକ୍ତ ଥିବା ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମତେ , ବରଗଡ଼ ‌ଏସପିଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନା ଆଇଆଇସି ସ୍ବପ୍ନାରାଣୀ ଗୋଚ୍ଛାୟତଙ୍କ ନେତୃତ୍ବରେ ପୋଲିସ ଓ ସ୍ବତନ୍ତ୍ର ସ୍କ୍ୱାଡ଼ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଏଥିରେ ଏକ ପିକ୍ଅପ୍ ଗାଡ଼ିରୁ ୧୮ ପେଟି କଫସିରପ୍ ସହ ଏସ ଡୁମ୍ବେରପାଲି ଅଞ୍ଚଳରୁ ମଧ୍ୟ କଫସିରପ୍ ଜବତ୍ କରାଯାଇଥିଲା । ସଂପୃକ୍ତ ୫ ଜଣଙ୍କ ଠାରୁ ଏକ ପିକ୍ଅପ୍ ଭ୍ୟାନ, ୮ଟି ମୋବାଇଲ, ଗୋଟିଏ ଲେଫଟପ,ଏକ ବାଇକ୍,ନଗଦ ସାଢ଼େ ଚାରି ହଜାର ଟଙ୍କା ଜବତ କରାଯିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।