ଅଟୋରାଣୀ ରାଜକିଶୋରୀ : ସଂଘର୍ଷ ଓ ସ୍ୱାବଲମ୍ବନର ଅନନ୍ୟ ଉଦାହରଣ | News Room Odisha

ଅଟୋରାଣୀ ରାଜକିଶୋରୀ : ସଂଘର୍ଷ ଓ ସ୍ୱାବଲମ୍ବନର ଅନନ୍ୟ ଉଦାହରଣ

ଦେବଗତ: ଦେବଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦେବଗତ ଗସ୍ତରେ ଆସିଥିଲେ । ଜିଲ୍ଲାର ତିଲେଇବଣି ବ୍ଲକର ଗଜରିବଣୀ ଗାଁର ରାଜକିଶୋରୀ ଗୋଟେ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ରାଜକିଶୋରୀଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଏବଂ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ତାଙ୍କ ଅଟୋରେ ବସି ଗଜରିବଣୀ ଗ୍ରାମରେ ବୁଲିଥିଲେ ।

ରାଜକିଶୋରୀଙ୍କ ମହଙ୍ଗାଯୁଗରେ ପରିବାରର ୫ଜଣ କୁଟୁମ୍ବ ଚଳିବାକଷ୍ଟକର । ସେଥିପାଇଁ ସ୍ଵାମୀଙ୍କୁ ସହଯୋଗ କରିବା ସହିତ ପିଲାମାନଙ୍କ ଭରଣ ପୋଷଣ କରିବା ପାଇଁ ଶେଷରେ ଅଟୋ ଚଳାଇ ସହଯୋଗ କରୁଥିଲେ ଆଦିବାସୀ ମହିଳା ରାଜକିଶୋରୀ ଟେଟେ । ପରିବାରର ଆର୍ଥିକ ସ୍ଥିତି ଠିକ୍ ନ ଥିବା ଯୋଗୁଁ ଭାଙ୍ଗି ନ ପଡି ମହିଳା ହୋଇ ଶେଷରେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରିବାପାଇଁ ପଛେଇ ନ ଥିଲେ ।

୨୦୧୯ ମସିହା ନିଜ ଉଦ୍ୟମରେ ଅଟୋ କିଣି ରାଜକିଶୋରୀ ପ୍ରତ୍ୟହ ଗଜରିବଣୀ ଗ୍ରାମରୁ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ଦେବଗଡ ସହରକୁ କୌଣସି କାର୍ଯ୍ୟରେ ଆସୁଥିବା ଲୋକମାନଙ୍କୁ ନିଜର ଅଟୋରେ ବସାଇ ଆଣି ଗନ୍ତବ୍ୟସ୍ଥଳରେ ନେଇ ଛାଡନ୍ତି । ତାଙ୍କର ବ୍ୟବହାର ପାଇଁ ବହୁତ ଲୋକ ତାଙ୍କ ଅଟୋରେ ଯିବାପାଇଁ ପସନ୍ଦ କରନ୍ତି । ଖାସ୍‌କରି ସେ ମହିଳା ହୋଇଥିବା ଯୋଗୁଁ ମହିଳାମାନେ ତାଙ୍କ ଅଟୋରେ ଯିବାପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ରାଜକିଶୋରୀ ଜିଲ୍ଲାର ପ୍ରଥମ ମହିଳା ଅଟୋ ଚାଳକ କହିଲେ ଅତ୍ୟୁକ୍ତି ହେବ ନାହିଁ । ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ କରୋନା ପାଇଁ ସବୁ ଫିକା ପଡିଗଲା I କରୋନା ସମୟରେ ତାଙ୍କ ସ୍ଵାମୀଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଋଣ କରି ଆଣି ଥିବା ଅଟୋର କିଛି ସୁଝିବାପାଇଁ ତାଙ୍କ ପାଖରେ ନ ଥିଲା ଟଙ୍କା । ଯାହା ଫଳରେ କି ସେ ସୁଝି ପାରି ନ ଥିଲେ କିସ୍ତିର ଟଙ୍କା । ସେହି ସମୟରେ ଓଏଲଏମ ପକ୍ଷରୁ ଋଣ ସୁଝିବା ପାଇଁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ପାଣ୍ଠିରୁ ୫୦ ହଜାର ଟଙ୍କା ଅର୍ଥ ସାହାଯ୍ୟ କରିଥିଲେ । ପରେ ସେ ଆଣିଥିବା ସମସ୍ତ ଋଣ ସହଜରେ ସୁଝି ପାରିଥିଲେ । ଯାହା ଫଳରେ ଆଜି ପୁଣି ଥରେ ସ୍ବାବଲମ୍ବି ହୋଇପାରିଥିବା ରାଜକିଶୋରୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦେବଗଡ ପୌରପରିଷଦର ଅଧ୍ୟକ୍ଷା ଶାନ୍ତି ମଞରୀ ଦେଈ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂହ , ଓଏଲଏମ ଡିପିଏମ ସ୍ମରଣିକା ମହାପାତ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।