ଆଜିଠୁ ରାୟପୁରରେ କଂଗ୍ରେସର ମହାଧିବେଶନ | News Room Odisha

ଆଜିଠୁ ରାୟପୁରରେ କଂଗ୍ରେସର ମହାଧିବେଶନ

ରାୟପୁର – ଆଜିଠୁ ରାୟପୁରରେ ଆରମ୍ଭ ହେଉଛି କଂଗ୍ରେସର ମହାଧିବେଶନ । ଏହି ଅଧିବେଶନରେ ପ୍ରାୟ ୨ ହଜାରରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି ସାମିଲ ହେବେ । ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ ଏଥିରେ ଯୋଗ ଦେବେ। ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ । ଆସନ୍ତା ୨୬ ତାରିଖ ଯାଏ ଚାଲିବ ଅଧିବେଶନ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ପ୍ରସଙ୍ଗରେ ଏହି ଅଧିବେଶନରେ ଆଲୋଚନା ହେବା ସହ ପ୍ରସ୍ତାବ ଗୃହୀତ ହେବ ।

ଏହା ହେବ କଂଗ୍ରେସର ୮୫ ତମ ମହାଧିବେଶନ । ଏହାସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ । ତେଣୁ ଦଳର ମହାଧିବେଶନରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ପାଇଁ ନେତାମାନେ ବ୍ୟାପକ ବିଚାର ବିମର୍ଷ କରିବେ ।