ମଦ ପିଇବାକୁ ମନା କରିବାରୁ ପୁଅର ଜୀବନ ନେଲା ବାପା | News Room Odisha

ମଦ ପିଇବାକୁ ମନା କରିବାରୁ ପୁଅର ଜୀବନ ନେଲା ବାପା

ବ୍ରହ୍ମପୁର – ମଦ ପାଇଁ ଘଟିଛି ଅଭାବନୀୟ ଘଟଣା । ମଦ ନ ପିଇବା ପାଇଁ କହିବାରୁ ମଦ୍ୟପ ବାପା ନିଶାସକ୍ତ ଅବସ୍ଥାରେ ନିଜ ପୁଅକୁ ଛୁରୀ ଭୁଷି ଦେଇଛି । ଏଥିରେ ପୁଅର ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ଘଟିଛି ଏହି ଘଟଣା। ମୃତକ ହେଲେ ପ୍ରତାପ ବିଷୋୟୀ । ପୁଅକୁ ହତ୍ୟା ଅଭିଯୋଗରେ ପୋଲିସ ବାପା ବାଉରୀ ବିଷୋୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବାଉରୀ ବିଷୋୟୀ ସବୁବେଳେ ମଦନିଶାରେ ପରିବାର ସଦସ୍ୟଙ୍କ ସହ ପାଟିତୁଣ୍ଡ କରିଥାନ୍ତି। ଏଥିରେ ପରିବାର ସଦସ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ଆଜି ସକାଳେ ବି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ବାଉରୀ ବିଷୋୟୀ । ପୁଅ ପ୍ରତାପ ବାପାଙ୍କୁ ତାଗିଦ କରିଥିଲା ।ଏଥିରେ ରାଗିଯାଇ ବାଉରୀ ଏକ ଛୁରୀ ଧରି ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇଥିଲେ। ପୁଅକୁ କାବୁ କରି ଦେଇ ଛାତିରେ ଛୁରୀ ଭୁଷି ଦେଇଥିଲେ ବାଉରୀ। ପ୍ରବଳ ରକ୍ତସ୍ରାବ ଯୋଗୁ ରାସ୍ତାରେ ହିଁ ପ୍ରତାପଙ୍କ ଜୀବନ ଚାଲିଯାଇଥିଲା ।

ଖବର ପାଇ ପଲିସ୍‌ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରଖିଛି। ଏଥିସହ ବାଉରୀଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।