ଡିଆରଡିଓ ତଥ୍ୟ ଲିକ୍ ମାମଲା, ଅଭିଯୁକ୍ତ ବାବୁରାମଙ୍କୁ ରିମାଣ୍ଡରେ ନେବ ପୋଲିସ | News Room Odisha

ଡିଆରଡିଓ ତଥ୍ୟ ଲିକ୍ ମାମଲା, ଅଭିଯୁକ୍ତ ବାବୁରାମଙ୍କୁ ରିମାଣ୍ଡରେ ନେବ ପୋଲିସ

ବାଲେଶ୍ବର – ହନିଟ୍ରାପର ଶୀକାର ହୋଇ ଡିଆରଡିଓର ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ବାବୁରାମ ଦେ’ କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେ’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏବେ ତାଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ସେ ଦେଇଛନ୍ତି ଓ ତଥ୍ୟ ବଦଳରେ କେତେ ଟଙ୍କା ସେ ପାଇଛନ୍ତି ଆଦି ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା କରିବ ପୋଲିସ ।

ଏହି ମାମଲାରେ ବରିଷ୍ଠ ଟେକନିକାଲ ଅଫିସର ବାବୁରାମଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।