ମହିଳା ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଜିତିଲା ଷଷ୍ଠ ଟାଇଟଲ୍ | News Room Odisha

ମହିଳା ଟି-୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ଜିତିଲା ଷଷ୍ଠ ଟାଇଟଲ୍

କେପ୍ ଟାଉନ୍‌: ମହିଳା ଟି୨୦ ବିଶ୍ୱକପରେ ପୁଣି ପ୍ରାଧାନ୍ୟ ଜାହିର କରିଛି ଅଷ୍ଟ୍ରେଲିଆ । ରବିବାର ଅନୁଷ୍ଠିତ ଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଅଷ୍ଟ୍ରେଲିଆ ଟାଇଟଲ ବଜାୟ ରଖିଛି । ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଟି୨୦ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛି । ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ ଖେଳିଥିବା ଦକ୍ଷିଣ ଆଫ୍ରିକାକୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଟସ୍ ଜିିିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଦଳ ତରଫରୁ ବେଥ୍ ମୁନି ଆକର୍ଷକ ୭୪ ରନର ଅପରାଜିତ ପାଳି ଖେଳିଥିଲେ । ସେ ୫୩ଟି ବଲର ସାମ୍ନା କରିଥିବା ବେଳେ ୯ଟି ଚୌକା ଓ ଗୋଟିଏ ଚୌକା ମାରିଥିଲେ ।

ଅଷ୍ଟ୍ରେଲିଆ ପ୍ରଦତ୍ତ ୧୫୭ ରନର ଲକ୍ଷ୍ୟ ସେତେ ବଡ଼ ନଥିଲା । ହେଲେ ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ଏହି ବଡ଼ ମ୍ୟାଚର ଚାପକୁ ନିୟନ୍ତ୍ରଣ କରିପାରିନଥିଲା । ଓପନର ଲୌରା ଉଲଭାର୍ଟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ ହରାଇ ୧୩୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦଳ ତରଫରୁ ଉଲଭାର୍ଟ ୪୮ଟି ବଲରେ ୫ଟି ଚୌକା ଓ ୩ଟି ଛକା ସହ ସର୍ବାଧିକ ୬୧ ରନ୍ କରିଥିଲେ । କ୍ଲୋଏ ଟ୍ରାଏନ୍ ଦ୍ୱିତୀୟ ସର୍ବାଧିକ ସ୍କୋରର ଭାବେ ୨୫ ରନ୍ କରିଥିଲେ । ଅଷ୍ଟ୍ରେଲିଆ ଓପନର ମୁନି ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ତାଙ୍କ ସାଥୀ ଖେଳାଳି ଆଶଲେ ଗାର୍ଡନର ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।

୧୫୮ ରନର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ୫୪ ରନରେ ୩ଟି ୱିକେଟ୍ ହରାଇ ଦେଇଥିଲା । ହେଲେ ଅଭିଜ୍ଞ ଉଲଭାର୍ଟ ଅର୍ଦ୍ଧଶତକୀୟ ପାଳି ସହ ଦଳର ଆଶା ବଜାୟ ରଖିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସମର୍ଥନ ମିଳିନଥିଲା । ଅଷ୍ଟ୍ରେଲିଆ ଚାପ ବଜାୟ ରଖି ନିୟମିତ ବ୍ୟବଧାନରେ ୱିକେଟ୍ ଖସାଇଥିଲା । ୧୭ତମ ଓଭରରେ ଉଲଭାର୍ଟଙ୍କ ୱିକେଟ୍ ହରାଇବା ପରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଟାଇଟଲ ଆଶା ମଉଳି ଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍କଟ୍‌, ଗାର୍ଡନର, ବ୍ରାଉନ୍ ଓ ଜନାସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଉ ଦୁଇଟି ୱିକେଟ୍ ରନ୍ ଆଉଟରୁ ମିଳିଥିଲା ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବେଥ ମୁନି ସର୍ବାଧିକ ୭୪ ରନ ହାସଲ କରିଛନ୍ତି । ସେ ଗୋଟିଏ ଛକା ସହ ୯ଟି ଚୌକା ମାରିଥିଲେ । ସେହପରି ଆଶଲେ ଗାର୍ଡନର ୨୧ ବଲରେ ୨ଟି ଲେଖାଏଁ ଚୌକା ଛକା ମାରି ୨୯ଟି ରନ ହାସଲ କରିଥିଲେ । ୱିକେଟ କିପର ୨୦ ବଲରେ ୩ଟି ଚୌକା ମାରି ୧୮ ରନ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ମହିଳା ଦଳର କ୍ୟାପଟେନ ମେଗ ଲାନିଙ୍ଗ ୧୧ ବଲ୍‌ରେ ୧୦ ରନ କରିଥିଲେ । ଏହି ମ୍ୟାଚରେ ଓପନର ବେଥ ମୁନେଙ୍କ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ଦଳ ପାଇଁ ସର୍ବାଧିକ ରନ ହାସଲ କରିବା ସହିତ ଅପରାଜିତ ରହିଥିଲେ ।

ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଟିମର ବୋଲର ଶବନିମ ଇସମାଏଲ ୪ ଓଭର ବୋଲିଂ କରିଥିବା ବେଳେ ୨୬ ରନ୍‌ ଦେଇ ୨ଟି ୱିକେଟ ହାସଲ କରିଥିଲେ । ଟିମର ଅନ୍ୟତମ ବୋଲର ମାରିଜେନ କପ ମଧ୍ୟ ୪ ଓଭର ବୋଲିଂ କରି ୩୫ ରନ୍‌ ଦେବା ସହ ୨ଟି ୱିକେଟ ନେଇଥିଲେ ।