ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ | News Room Odisha

ଆଜି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ

ଭୁବ‌ନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଗସ୍ତରେ ଯାଉଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୩ଟା ୩୦ ମିନିଟରେ ହୋଟେଲ ତାଜମହଲ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ସନ୍ଧ୍ୟା ୭ଟାରେ ସ୍ପୋର୍ଟସଷ୍ଟାର ଏସେସ୍ ପୁରସ୍କାର ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ଣ ୨ଟା ୧୦ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।