ଗଞ୍ଜାମ ନିକଟ ରାଜପଥରେ ଜଳିଗଲା ଚଳନ୍ତା ଟ୍ରକ୍  | News Room Odisha

ଗଞ୍ଜାମ ନିକଟ ରାଜପଥରେ ଜଳିଗଲା ଚଳନ୍ତା ଟ୍ରକ୍ 

ଛତ୍ରପୁର: ଗଞ୍ଜାମ ସହର ଶନିମନ୍ଦିର ନିକଟ ଜାତୀୟ ରାଜପଥ-୧୬ରେ ଏକ ଲୁହା ବୋଝେଇ ଟ୍ରକ୍ ସୋମବାର ଭୋରରେ ଜଳିଯାଇଛି। ୧୬ ଚକିଆ ଚଳନ୍ତା ଟ୍ରକରେ ଲାଗିଥିବା ନିଆଁକୁ ଛତ୍ରପୁର ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଆୟତ୍ତ କରିଥିଲେ। ଟ୍ରକଟି ଯୋଡ଼ା ଖଣି ଅଞ୍ଚଳରୁ ଲୁହା ବୋଝେଇ କରି ଗୋପାଳପୁର ବନ୍ଦର ଅଭିମୁଖେ ଯାଉଥିବା ସମୟରେ ରାଜପଥରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ଟ୍ରକର ଟାୟାର, ଡିଜେଲ ବକ୍ସ ସହ ପ୍ରାୟ ୭୦ ଭାଗ ପୋଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଡ୍ରାଇଭର୍, ହେଲ୍ପର ନିଆଁ ଲାଗିଥିବା ଦେଖି ଟ୍ରକରୁ ଓହ୍ଲାଇ ଯିବାରୁ ସୁରକ୍ଷିତ ଅଛନ୍ତି। ଗତ ୨୧ ତାରିଖ ରାତିରେ ରମ୍ଭା ବାଇପାସ୍ ରାସ୍ତାରେ ମଧ୍ୟ ଏକ ଚଳନ୍ତା ଟ୍ରକରେ ନିଆଁ ଲାଗି ଜଳି ଯାଇଥିଲା।