ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ | News Room Odisha

ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ

ଭୁବନେଶ୍ବର – ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଆଜି ବିଧାନସଭାରେ ଶୋକ ପ୍ରକାଶ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ରାସମଞ୍ଜରୀ ଦେବୀ ୧୯୭୭ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରେ ସେ କଟକ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ଥିଲେ। ଗତକାଲି ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ପକ୍ଷରୁ ସନ୍ତୋଷ ସିଂ ସାଲୁଜା ବି ପ୍ରସ୍ତାବକୁ ସମର୍ଥନ କରିଥିଲେ। ସ୍ୱର୍ଗତା ବିଧାୟିକାଙ୍କ ଉଦ୍ଦେଶ୍ୟରେ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା।