ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ | News Room Odisha

ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ

ଭୁବନେଶ୍ୱର – ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ମାଟି ତଳେ ଗଛିତ ସୁନା ପଥର ରହିଛି । ଆଜି ବିଧାନସଭାରେ ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଉତ୍ତର ରଖିଛନ୍ତି।
ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ଜିଲ୍ଲାରେ ମାଟି ତଳେ ସୁନାପଥର ରହିଥିବା ରାଜ୍ୟ ଖଣି ନିର୍ଦ୍ଦେଶାଳୟ ଏବଂ
ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା – ଜିଏସଆଇର ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଖଣି ମନ୍ତ୍ରୀ କହିଛନ୍ତି।