ଲାଞ୍ଚ କାରବାରରେ ରାଜସ୍ୱ ନିରୀକ୍ଷକ ଗିରଫ | News Room Odisha

ଲାଞ୍ଚ କାରବାରରେ ରାଜସ୍ୱ ନିରୀକ୍ଷକ ଗିରଫ

ବରଗଡ଼ : ଲାଞ୍ଚ ନେବା ଅଭିଯୋଗରେ ସୋମବାର ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବରଗଡ଼ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।

ବର୍ତ୍ତୃଣ୍ଡା ଗାଁର ଫକୀର ଶବରଙ୍କ ଠାରୁ ଏକ ଜମି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଜ ନେବା ଅଭିଯୋଗରେ ପାଇକମାଲ ଜାମସେଠ ଆରଆଇ ଡମ୍ବରୁ ସେଠ ଓ ଅନ୍ୟ ଜଣେ ବିବେକାନନ୍ଦ ମାଝୀଙ୍କୁ ଗିରଫ କରାଯାଇଛି ।

ଏହି ସଂପର୍କରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ କହିଛି।