ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ବରଗଡ଼ – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ। ବରଗଡ଼ ଜିଲ୍ଲାର ପାଇକମାଳ ଜାମସେଠ୍ ରାଜସ୍ୱ ନିରୀକ୍ଷକ ଡମ୍ବରୁଧର ସେଠ୍ ଓ ବିବେକାନନ୍ଦ ମାଝି ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କଠାରୁ ସେମାନେ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜମିଜମା ମାମଲାରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ବାପାଙ୍କ ସପକ୍ଷରେ ତହସିଲଦାରଙ୍କୁ ଯାଞ୍ଚ ରିପୋର୍ଟ ଦେବା ପାଇଁ ରାଜସ୍ୱ ନିରୀକ୍ଷକ ଲାଞ୍ଚ ଦାବି କରିଥିଲେ। ଭିଜିଲାନ୍ସ ବିବେକାନନ୍ଦ ମାଝିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ପରେ ରାଜସ୍ୱ ନିରୀକ୍ଷକ ସେଠ୍ ଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଉଭୟ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇଛି।