କ୍ରୀଡାର ପ୍ରସାର ପାଇଁ ଓଡିଶା ପୁଣି ଶ୍ରେଷ୍ଠ ରାଜ୍ୟ, ସ୍ପୋର୍ଟସଷ୍ଟାର ଏସେସ ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ  | News Room Odisha

କ୍ରୀଡାର ପ୍ରସାର ପାଇଁ ଓଡିଶା ପୁଣି ଶ୍ରେଷ୍ଠ ରାଜ୍ୟ, ସ୍ପୋର୍ଟସଷ୍ଟାର ଏସେସ ଆୱାର୍ଡ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ 

ମୁମ୍ବାଇ – କ୍ରୀଡାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ପୁଣି ଥରେ ଜାତୀୟ ସ୍ତରରେ ସ୍ବୀକୃତି । କ୍ରୀଡାର ପ୍ରସାର କ୍ଷେତ୍ରରେ ପୁଣି ଥରେ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇ ମର୍ଯ୍ୟାଦାଜନକ ସ୍ପୋର୍ଟସଷ୍ଟାର ଏସେସ୍ ଆୱାର୍ଡ ହାସଲ କରିଛି ଓଡ଼ିଶା। ମୁମ୍ବାଇରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଜିତିଛି ଓଡ଼ିଶା । ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାର କ୍ରୀଡାର ପ୍ରସାର ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି । କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତା ର ସହ ଆୟୋଜନ କରିଛି ଓଡ଼ିଶା । ନିକଟରେ ଲଗାତର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରି ଉଚ୍ଚ ପ୍ରଶଂସିତ ହୋଇଛି ଓଡିଶା। ହକି ବିଶ୍ୱକପ ପାଇଁ ରେକର୍ଡ ସମୟରେ ରାଉରକେଲାରେ ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା ।