ଧରାକୋଟ: ଭ୍ୟାନ୍ ମାଡ଼ି ମହିଳାଙ୍କ ସମେତ ୨ ମୃତ, ଜଣେ ଗୁରୁତର | News Room Odisha

ଧରାକୋଟ: ଭ୍ୟାନ୍ ମାଡ଼ି ମହିଳାଙ୍କ ସମେତ ୨ ମୃତ, ଜଣେ ଗୁରୁତର

ଛତ୍ରପୁର: ଗ୍ରାହକମାନେ ମାଂସ କିଣୁଥଲେ। ଦୋକାନୀ ଓ ସହାୟିକା କାମରେ ବ୍ୟସ୍ତ ଥିଲେ। ହେଲେ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ କାଳ ସାଜି ମାଡି ଆସିଥିଲା। ଭାରସାମ୍ୟ ହରାଇ ରାସ୍ତା କଡ଼ ଚିକେନ୍ ଦୋକାନ ଉପରେ ମାଡ଼ି ଯିବାରୁ ଜଣେ ମହିଳାଙ୍କ ସମେତ ୨ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନନ୍ଦିଘର ତୋଟା ନିକଟ ଜାତୀୟ ରାଜପଥ- ୫୯ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଧରାକୋଟ ବ୍ଲକ୍ ମାଗୁରା ଗ୍ରାମର ପଞ୍ଚୁ ବେହେରା ଓ ଗଡଦାମୋଦରପଲ୍ଲୀର ସୁଜାତା ବେହେରା। ଏହି ଦୁର୍ଘଟଣାରେ ଜାନିବିଲି ଗ୍ରାମର ବିଧୁ ଗୈ।ଡ ଗୁରୁତର ହୋଇଛନ୍ତି। ମୃତକ ପଞ୍ଚୁ ଓ ଗୁରୁତର ବିଧୁ ଗ୍ରାହକ ଥିବା ବେଳେ ମନୋଜ ବେହେରାଙ୍କ ଉକ୍ତ ଚିକେନ୍ ଦୋକାନରେ ସୁଜାତା କାମ କରୁଥିଲେ। ଗୁରୁତର ବିଧୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧରାକୋଟ ଥାନା ପୁଲିସ ଭ୍ୟାନ୍ ଜବତ କରିଥିବା ବେଳେ ଡ୍ରାଇଭର୍ ଚମ୍ପଟ ମାରିଛି।