ପୁଅକୁ ବଞ୍ଚାଇବାକୁ ଯାଇ ଘୋଡାହାଡ଼ ନଦୀରେ ବୁଡ଼ିଗଲେ ବାପା  | News Room Odisha

ପୁଅକୁ ବଞ୍ଚାଇବାକୁ ଯାଇ ଘୋଡାହାଡ଼ ନଦୀରେ ବୁଡ଼ିଗଲେ ବାପା 

ଦିଗପହଣ୍ଡି: ପୁଅକୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ନଦୀର ଗଣ୍ଡରେ ବୁଡ଼ି ଯାଇଛନ୍ତି ଜଣେ ବ୍ୟକ୍ତି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ଦିଗପହଣ୍ଡି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକ ଘଣ୍ଟାଏ କାଳ ଖୋଜାଖୋଜି ପରେ ବାପା ଅରୁଣ ପଣ୍ଡାଙ୍କ ମୃତଦେହ ପାଣି ମଧ୍ୟରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମୃତକ ହେଲେ ଦିଗପହଣ୍ଡି ବ୍ଲକ୍ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ଗ୍ରାମର ଅରୁଣ ପଣ୍ଡା। ସେ ଗାଧୋଇବାକୁ ନିଜ ଆଠ ବର୍ଷର ପୁଅ ସହ ନଦୀକୁ ଯାଇଥିଲେ। ନଦୀ ଗଣ୍ଡରେ ପୁଅ ବୁଡି ଯାଉଥିବା ଦେଖି ସେ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ପୁଅକୁ ବଞ୍ଚାଇଥିଲେ ମଧ୍ୟ ଖୋଦ୍ ଅରୁଣ ଗଣ୍ଡରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ଅରୁଣ ରାଉରକେଲାରେ ଚାକିରି କରୁଥିଲେ। ଗାଁକୁ ଛୁଟିରେ ଆସି ନଥିବା ବେଳେ ଏହି ଅଘଟଣ ଘଟିଛି।