ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା, ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ | News Room Odisha

ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା, ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ୱର – ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ । ଏଥର ସାଢେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୧ ହଜାର ୧୪୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥର କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩,୧୪୮ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେବେ ।

ପରୀକ୍ଷା ପାଇଁ ଗତମାସ ୨୫ତାରିଖରୁ ସମସ୍ତ ୨୦୨ ପରୀକ୍ଷା ହବ୍ କୁ ପ୍ରଶ୍ନପତ୍ର ପଠାସରିଛି। ସକାଳ ୯ଟା ରେ କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡିଦେଲେ ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ପରୀକ୍ଷାର୍ଥୀ ନେଇପାରିବେ ନାହିଁ।