ଦୋକାନରେ ଅଗ୍ନିକାଣ୍ଡ ବେଳେ ସିଲିଣ୍ଡର ବିସ୍ଫୋରଣ, ୪ ଅଗ୍ନିଶମ କର୍ମଚାରୀ ଗୁରୁତର | News Room Odisha

ଦୋକାନରେ ଅଗ୍ନିକାଣ୍ଡ ବେଳେ ସିଲିଣ୍ଡର ବିସ୍ଫୋରଣ, ୪ ଅଗ୍ନିଶମ କର୍ମଚାରୀ ଗୁରୁତର

ସମ୍ବଲପୁର: ଗତକାଲି ରାତିରେ ସମ୍ବଲପୁର ସହର ଉପକଣ୍ଠ ଚାଉଁରପୁରରେ ଅଘଟଣ। ଚାଉଁରପୁରରେ ଏକ ଦୋକାନ ଘରେ ନିଆଁ ଲାଗିଥିବା ବେଳେ ଭିତରେ ଥିବା ସିଲିଣ୍ଡର ବିସ୍ଫୋରଣ ଘଟିଛି। ଫଳରେ ନିଆଁ ଲିଭାଇବାକୁ ଯାଇଥିବା ୪ ଜଣ ଅଗ୍ନିଶମ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଚାଉଁରପୁରର ଏକ ଦୋକାନରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବାହିନୀ ସୂଚନା ପାଇଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳେ ଭିତରେ ଥିବା ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବୁର୍ଲା ଭିମସାର ଅଣାଯାଇଥିଲା। ଏଥିରୁ ଦୁଇଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଫାୟାର ଅଫିସର ରଘୁମଣୀ କାଲୋ, ଅଜୟ ମିଞ୍ଜ, ରତିକାନ୍ତ ମାଝୀ ଏବଂ ଶ୍ରୀକାନ୍ତ ମଲ୍ଲିକ ରହିଛନ୍ତି। ଅଜୟ ଏବଂ ରତିକାନ୍ତଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ଏବଂ ରଘୁମଣୀ ଭିମସାରରେ ଚିକିତ୍ସିତ ହେଉଛନ୍ତି। ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି।