ଧବଳେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ପୋଲିସର ତଦନ୍ତ ଆରମ୍ଭ | News Room Odisha

ଧବଳେଶ୍ୱର ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ପୋଲିସର ତଦନ୍ତ ଆରମ୍ଭ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରର କୁମୁଡାପାହାଡ଼ ଗୁମ୍ଫାରେ ଥିବା ଧବଳେଶ୍ବର ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଛି । ଦୁର୍ବୃତ୍ତମାନେ ମଧ୍ୟରାତ୍ରୀରେ ଦାନବାକ୍ସ ଚୋରି କରି ନେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତୁ ଆରମ୍ଭ କରିଛି । ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ ୭ ଦିନ ବ୍ୟାପୀ ଚାଲିଥିବା ମହା ଶିବରାତ୍ରୀ ମେଳା ଗତ ଦୁଇ ଦିନ ପୂର୍ବରୁ ଉଦଯାପିତ ହୋଇଛି । ହୁଣ୍ଡିରେ ବହୁ ଦାନ ଟଙ୍କା , ସୁନା ରହିଥିବା ସନ୍ଦେହ କରି ଦୁର୍ବୃତ୍ତ ଚୋରି କରିଥିବା ଆଲୋଚନା ହୋଇଛି । ଏନେଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର , ଆଇଆଇସି ରଞ୍ଜନ ବରିହା ସାଇଣ୍ଟିଫିକ ଦଳ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।