ମିଶନଶକ୍ତିରେ କାର୍ଯ୍ୟରତ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଇକଲ ଭେଟି | News Room Odisha

ମିଶନଶକ୍ତିରେ କାର୍ଯ୍ୟରତ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଇକଲ ଭେଟି

ବରଗଡ଼: ମିଶନ ଶକ୍ତିରେ କାର୍ଯ୍ୟ କରୁଥିବା ସଭ୍ୟାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ସହଭାଗୀ, ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସୁପର ଭାଇଜରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟର ପ୍ରାୟ ୮୦୦୦ ସାଇକଲ ଭେଟି ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ବରଗଡ଼ ସଦର ମହକୁମା ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ । ସଭାରେ ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ଓ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ଉପସ୍ଥିତ ଥିଲେ ।

ସେହିପରି ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗ ଦେଇ ସଭ୍ୟାମାନଙ୍କୁ ସାଇକେଲ ବଣ୍ଟନ କରିଥିଲେ । ସଭାରେ ଏନଏସି ଅଧ୍ୟକ୍ଷ ଦୀନେଶ ଗହିର ଓ ନିର୍ବାହୀ ଅଧିକାରୀ ଭୁବନ ଶତପଥୀ ଉପସ୍ଥିତ ଥିଲେ ।