ବସ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ , ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା | News Room Odisha

ବସ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ , ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା

ବଲାଙ୍ଗୀର: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ – ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶତାବ୍ଦୀ ନାମକ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ , ବସ୍‌ ଦହିଗାରୁ ବରଯାତ୍ରୀ ଧରି ବେଳପଡା ସର୍ଗିଗୁଡା ଯାଉଥିବା ବେଳେ ଖପ୍ରାଖୋଲ ମାଲପଡ଼ାରୁ ଜଣେ ଯୁବକ ଭଉଣୀଙ୍କ ବାହାଘର ସାରି ବାଇକରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ବେଳପଡା ଥାନା ଅନ୍ତର୍ଗତ ନାଗଫେଣା ଗାଁର ସମାରୁ ବରିହା ବୋଲି ଜଣାପଡିଛି । ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବଟିକୁ ଜବତ କରିବା ସହ ପାଟଣାଗଡ଼ ଥାନାକୁ ଆଣି ବସ୍ ଚାଳକଙ୍କୁ ଅଟକ ରଖ୍ ଅଧିକ ପଚରାଉଚରା ଜାରି ରଖୁଛି ପୋଲିସ ।