ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ | News Room Odisha

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର : ଆସନ୍ତା ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ପାଇଁ ଆଜି ବିଜେଡିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ସହିତ ଚଳିତ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଁ ଆଲୋଚନା କରାଯାଇଥିଲା I ସମ୍ବଲପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ କରାଯିବା ଉପରେ ବିଧାୟିକା ଡ଼ଃ ପାଣିଗ୍ରାହୀ ଆଲୋଚନା କରିବା ପାଇଁ କର୍ମୀଙ୍କୁ ଆହ୍ଵାନ କରିଥିଲେ I ଆସନ୍ତା ୫ ତାରିଖ ଅପରାହ୍ନ ୪ଟାରେ ନାରୀସେବା ସଦନ ନିକଟ ଟାଉନ ହଲ ଠାରେ ଜୟନ୍ତୀ ସଭା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି କରାଯାଇଛି I ସକାଳ ୮ ଟାରେ ସମ୍ବଲପୁର ମହାନଗର ନିଗମ ଯୁବ ବିଜେଡି ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଅଇଁଠାପାଲି ଛକରୁ ବାହାରି ରେମେଡ଼ ଛକ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରାଯିବ I ୧୦ ଟା ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ରହିଛି I ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ମହିଳା ଜନତା ଦଳ ଜ଼ିଲ୍ଲା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ବିଜେଡି ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ,ବରିଷ୍ଠ ବିଜେଡି ନେତା, ଗୋକୁଳ ମେହେର, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ସତୀଶ ବିଶି, ବରିଷ୍ଠ ବିଜେଡି ନେତା ମହମ୍ମଦ ସନାଉଲ୍ଲା, କବିତା ପୁରୋହିତ, କଳ୍ପନା ମିଶ୍ର, ସଂଯୁକ୍ତା ମେହେର, ଲଷ୍ମୀ ପ୍ରଧାନ, ନିଶାନ୍ତ ବହିଦାର, ସୁମନ୍ତ୍ର ପଣ୍ଡା, ରମାକାନ୍ତ ସାହୁ, ଭୋଲା ମହତ୍ତମ, ଜିତୁ ପଟ୍ଟନାୟକ ତଥା ବହୁ ସଂଖ୍ଯାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ I