ପୁରୀ ଯାଉଥିବା ବେଳେ ବିଦ୍ୟୁତ ଖୁଣ୍ଟ ରେ ଧକ୍କା ହୋଇ ଜଳିଗଲା କାର୍, ୪ ଗୁରୁତର | News Room Odisha

ପୁରୀ ଯାଉଥିବା ବେଳେ ବିଦ୍ୟୁତ ଖୁଣ୍ଟ ରେ ଧକ୍କା ହୋଇ ଜଳିଗଲା କାର୍, ୪ ଗୁରୁତର

ପିପିଲି – ପରିବାର ସହ ପୁରୀ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍‌ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଳିଯିବାରୁ ଗୋଟିଏ ପରିବାରର ୩ ଜଣଙ୍କ ସମେତ ମୋଟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଏହି ଦୁର୍ଘଟଣା ଆଜି ସକାଳେ ଘଟିଛି।

ଏକ କାର୍‌ ଆଜି ସକାଳେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲା। କାର୍‌ରେ ପତି, ପତ୍ନୀ ଓ ଛୋଟ ଛୁଆ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗୋବିନ୍ଦପୁର ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଏଥିଯୋଗୁଁ ସର୍ଟସର୍କିଟ ହୋଇ ଗାଡ଼ିଟି ଜଳି ଯାଇଥିବା ବେଳେ ଭିତରେ ଥିବା ୪ ଜଣ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ବହୁ କଷ୍ଟରେ ୪ ଗୁରୁତରଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।