ରାଜ୍ୟରେ ଆଜିଠୁ କମିବ ଶୀତ | News Room Odisha

ରାଜ୍ୟରେ ଆଜିଠୁ କମିବ ଶୀତ

ଭୁବନେଶ୍ବର – ତିନି ଚାରିଦିନର ଅସହ୍ୟ ଶୀତ ପରେ ରାଜ୍ୟରେ ଆଜିଠାରୁ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ତିନି ଦିନରେ ପାରଦ ୩ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ।

ସୋମବାର ସେମିଳିଗୁଡ଼ାଠା‌ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏଥିସହ ୧୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା ।

ତେବେ, ଆଜିଠାରୁ ଶୀତର ପ୍ରକୋପ କମିବ। ଏଥିସହ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ।