ଟ୍ରକ ଧକ୍କାରେ ଟାଟାଏସିର ଡ୍ରାଇଭର ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ | News Room Odisha

ଟ୍ରକ ଧକ୍କାରେ ଟାଟାଏସିର ଡ୍ରାଇଭର ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ପୁରୁଣାକଟକ ଥାନା ମାଧପୁର ଛକ ନିକଟରେ ଟ୍ରକ ଧକ୍କାରେ ଟାଟା-ଏସିର ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଆଡେଣିଗଡ଼ ଗ୍ରାମର ଗୋଲେଖ ବେହେରା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଲୋକେ କ୍ଷତିପୂରଣ ଦାବିରେ ୫୭ନମ୍ବର ଜାତୀୟ ରାସ୍ତା ଅବରୋଧ କରିଛନ୍ତି । ଆଡେଣିଗଡ଼ ଓ ପୁରୁଣା କଟକ ପୁଲିସ ପହଞ୍ଚି ଉତ୍ତକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ।