ଡାକୋଟାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଡାକୋଟାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଭୁବନେଶ୍ବର ବିମାନବନ୍ଦର ପରିସରରେ ଲୋକାର୍ପିତ ହେଲା ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ । ବିଜୁବାବୁଙ୍କ ସାହସ ଓ ବୀରତ୍ବର ପ୍ରତୀକ ‘ଡାକୋଟା’ ବିମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବିମାନବନ୍ଦର ପରିସରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି ‘ଡାକୋଟା’ ବିମାନ । ବିମାନବନ୍ଦର ପରିସର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଉଛି ବିଜୁଙ୍କ ଡାକୋଟା ।