ଫୁଲବାଣୀରେ ବିଜୁ ଜୟନ୍ତୀ ପାଳିତ, ବିଶାଳ ସାଇକଲ ଶୋଭାଯାତ୍ରା | News Room Odisha

ଫୁଲବାଣୀରେ ବିଜୁ ଜୟନ୍ତୀ ପାଳିତ, ବିଶାଳ ସାଇକଲ ଶୋଭାଯାତ୍ରା

ଫୁଲବାଣୀ:  ଫୁଲବାଣୀରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ସାଇକଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିଥିଲେ। ସେଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ନେତା ଓ କର୍ମୀ। କାର୍ଯ୍ୟକ୍ରମରେ ବିଧାୟକ ଅଙ୍ଗଦ କହଁର, ପର୍ଯ୍ୟବେକ୍ଷକ ବିଜୟ ନାୟକ,ସଭାପତି ସରୋଜ କର୍ଣ୍ଣ,ଡିଜିଟାଲ ସଭାପତି ରାଜେନ୍ଦ୍ର ପାଢ଼ୀ,ମହିଳା ସଭାପତି ପୁନମ କଂହର,ଶିବ ତ୍ରିପାଠୀ,ପ୍ରତାପ ପାତ୍ର,ବିରୁପାକ୍ଷ ପଣ୍ଡା, ପାର୍ଥ ସାରଥି ବିଶ୍ଵାଳ, କମଳ ବେହେରା ପ୍ରମୁଖ ଯୋଗଦେଇଥିଲେ।